ନନ୍ଦୁର ପଞ୍ଚାୟତରେ ମାସ୍କ ବଣ୍ଟନ

ଖଇରା,୬।୫(ଡି.ଏନ.ଏ)-ବିଜେଡି ଜିଲା ମହିଳା ମୋର୍ଚ୍ଚା ସଦସ୍ୟା ତଥା ନନ୍ଦୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତୀ ପତି ଓ ବିଜେଡି ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଗ୍ରାମରେ ବୁଧବାର ମାସ୍କ ବଣ୍ଟନ କରାଯାଇଛି। ପ୍ରଥମେ ସୁଙ୍ଗୁଡା ପରେ ଗୋଆଲ୍ଡି ଏବଂ ନନ୍ଦୁର ଗ୍ରାମର ଅଧିକାଂଶ ପରିବାରକୁ ମାସ୍କ ପ୍ରଦାନ କରାଯାଇଥିଲା। ଏଥିସହ କରୋନାକୁ ମୁକାବିଲା କରିବା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।  ଅତି ଜରୁରୀ ନ ପଡିଲେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ସରପଞ୍ଚ ପତି ଜଣାଇଥିଲେ।