ନବକିଶୋରଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବନ୍ତ, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬)ଙ୍କୁ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ବର୍ଷକ ତଳେ ନବକିଶୋର ଗଛରୁ ପଡ଼ିଯିବାରୁ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ତାଙ୍କ ବାପା ଜଣେ ଦିନମଜୁରିଆ ହୋଇଥିବାରୁ ଅର୍ଥାଭାବ ଯୋଗୁ ସେ ସମ୍ପୂର୍ଣ୍ଣ ଚିକିତ୍ସିତ ହୋଇପାରି ନ ଥିଲେ। ଏବେ ସେ ଘରେ ରହୁଥିବା ବେଳେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ନୁହନ୍ତି। ଏ ସମ୍ପର୍କରେ ଜାଣିବା ପରେ ବନ୍ତ ବିଡିଓ ରେବେକା ବିଲୁଙ୍ଗ ଜିଲା ରେଡ୍‌କ୍ରସ ପାଣ୍ଠିରୁ ତାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ବୁଧବାର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ନିଶାକର ଖୁଣ୍ଟିଆ ଓ ଅନ୍ୟ କର୍ମଚାରୀମାନେ ପଧାନପଡ଼ା ଗ୍ରାମକୁ ଯାଇ ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ।