Categories: ଗଞ୍ଜାମ

ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୨୨।୭(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ମଥୁରା ଓ ଭରସା ଗ୍ରାମ ମଧ୍ୟ ଭାଗରେ ଥିବା ଏକ ବ୍ରିଜ ତଳୁ ସୋମବାର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ ତଳେ ମୃତ ଶିଶୁକନ୍ୟା ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖଲ୍ଲିକୋଟ ତହସିଲଦାର ଚିତ୍ତରଞ୍ଜନ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଶିଶୁକନ୍ୟାକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।