Advertisement

ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଲେ କୁଆଁରୀ ମା’: କୁକୁର ରକ୍ଷା କଲା ଜୀବନ

ବ୍ୟାଙ୍କକ,୧୯।୫: ଥାଇଲାଣ୍ଡରେ ଜଣେ ୧୫ ବର୍ଷୀୟା କୁଆଁରୀ ମା’ ଲୋକ ଲଜ୍ୱାକୁ ଡରି ନବଜାତ ଶିଶୁପୁତ୍ରକୁ ଚାଷ ଜମିରେ ଜୀବନ୍ତ କବର ଦେଇଛନ୍ତି। ତେବେ ପୋଷା କୁକୁର ଗୋଡରେ ମାଟି ଖୋଳି ଶିଶୁକୁ ଉଦ୍ଧାର କରିଥିବା ପୋଲିସ ସୂଚନା ଦେଇଛି। ଉତ୍ତର-ପୂର୍ବ ଥାଇଲାଣ୍ଡ୍‌ କୋରାଟରେ ଘଟିଛି ଏହି ଘଟଣା। ୪୧ ବୟସ୍କ ଉତ୍ସା ନିସିକାଙ୍କ ଚାଷ ଜମିରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁପୁତ୍ରକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କୁଆଁରୀ ମା’ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ନବଜାତ ଶିଶୁର ଜୀବନ ରକ୍ଷା କରିଥିବା ପୋଷା କୁକୁର ପିଗପାନଗ୍‌ ଏବେ ସୋସିଆଲ ମିଡ଼ିଆରେ ହିରୋ ବନି ଯାଇଛି। ପୋଷା କୁକୁରକୁ ନେଇ ଚର୍ଚ୍ଚା ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel