Categories: ଫୁରସତ

ନବଜାତ ଶିଶୁ କେବଳ ମା’ କଥା ହିଁ ବୁଝିପାରେ

ନ୍ୟୁୟର୍କ: ନୂଆକରି ଦୁନିଆକୁ ଆସିଥିବା ଶିଶୁ ପାଇଁ ସବୁ ଜିନିଷ ଅଲଗା ଅଲଗା ଲାଗିଥାଏ। ଅନ୍ୟ କେଉଁ ଶବ୍ଦ ନ ଜାଣିଲେ ମଧ୍ୟ ନବଜାତ ଶିଶୁ ମା’ର କଥା ବୁଝିପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ପ୍ରକାଶ ପାଇଛି। ମାତୃଗର୍ଭରେ ୯ ମାସରୁ ଅଧିକ ସମୟ ଧରି ରହିଥିବା ଶିଶୁ କେବଳ ମା’ ସହିତ ଜଡ଼ିତ ଥାଏ। ଏହି ସମୟରେ ମା’ଠାରୁ ଖାଦ୍ୟ ଗ୍ରହଣ ଓ ନିଃଶ୍ୱାସ ପ୍ରଶ୍ୱାସ ନେବା ଆଦି ସମସ୍ତ କାର୍ଯ୍ୟ ଶିଶୁ ଗ୍ରହଣ କରେ। ତେଣୁ ଜନ୍ମ ପରେ ମା’ ସହିତ ଶିଶୁର ନିବିଡ଼ତା ବୃଦ୍ଧି ପାଇବା ସ୍ବାଭାବିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସରୋଗେସି ମା’ କ୍ଷେତ୍ରରେ ମଣିଷ ଅର୍ଥଲୋଭରେ ଗର୍ଭାଶୟ ଭଡ଼ା ଦେଇଥାଏ। ତେବେ ମା’ ଓ ଶିଶୁର ଏହି ସମ୍ପର୍କ ତୁଟି ନ ଥାଏ। ଏହା ସମ୍ପୂର୍ଣ୍ଣଭାବେ ଜିନ୍‌ଗତ ବୋଲି ରିପୋର୍ଟରେ କୁହାଯାଇଛି।

Share