ନବଜାତ ଶିଶୁ, ମହିଳାଙ୍କୁ ଛତିଶଗଡ଼ ପଠାଇଲା ପ୍ରଶାସନ

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୭ା୫ (ଡି.ଏନ.ଏ.) – ଗତ ୨୪ ତାରିଖ ଦିନ ତେଲେଙ୍ଗାନାର କାଜିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଛତିଶଗଡର ପ୍ରବାସୀ ଗର୍ଭବତୀ ମହିଳା ହେମକାନ୍ତି ବିଶ୍ୱକର୍ମାଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ା ଟିଟିଲାଗଡ ରେଳଷ୍ଟେଶନ୍‌ରେ ସମ୍ପୃକ୍ତ ପ୍ରସୂତି ମହିଳା ଓ ନବଜାତ ଶିଶୁକନ୍ୟାକୁ ଓହ୍ଳାଯାଇଥିଲା ା ଆରପିଏଫ୍‌, ସିଆଇବି ତଥା ସ୍ଥାନୀୟ ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ମହିଳା ଓ ନବଜାତ ଶିଶୁକନ୍ୟାକୁ ଡାକ୍ତରଖାନା ନେବା ବ୍ୟବସ୍ଥା କରିଥିଲେ ା ଚିକିତ୍ସା ପରେ ହେମକାନ୍ତି ବିଶ୍ୱକର୍ମା ଏବଂ ତାଙ୍କ ନବଜାତ ଶିଶୁକନ୍ୟା ଉଭୟେ ସୁସ୍ଥ ହେବା ପରେ ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଛତିଶଗଡ ରାଜ୍ୟ ଅନ୍ତର୍ଗତ ନୱାପଡା ଗ୍ରାମକୁ ସେମାନଙ୍କ ଯିବାର ସୁବ୍ୟବସ୍ଥା କରାଯାଇଥିଲା। ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କ ତତ୍ତ୍ୱାବଧାନରେ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ଏସ୍‌ଡିପିଓ ସୁରେନ୍ଦ୍ରନାଥ ମିଶ୍ର ଡାକ୍ତରଖାନାରେ ଉପସ୍ଥିତ ରହି ଏକ ଗାଡି ଯୋଗେ ସମ୍ପୃକ୍ତ ମହିଳା, ନବଜାତ ଶିଶୁକନ୍ୟା, ତାଙ୍କ ସ୍ବାମୀ, ଅନ୍ୟ ୩ ସନ୍ତାନ ସମେତ ୮ ଜଣଙ୍କୁ ଛତିଶଗଡଡର ତାଙ୍କ ଗଁାକୁ ପଠାଯାଇଥିଲା ା ସେଠାକାର ସରପଞ୍ଚ ଲେଖୁରାମ ଧରୁଆଙ୍କୁ ମଧ୍ୟ ଫୋନ ଯୋଗ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ା ବଲାଙ୍ଗୀର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗର ଏଭଳି କାର୍ଯ୍ୟକୁ ଛତିଶଗଡର ଏହି ପରିବାର ଭୂୟସୀ ପ୍ରଶଂସା କରିଛନ୍ତି ା

Share