ନବନିର୍ବାଚିତ ବିଧାୟକ, ଏମ୍‌ପିଙ୍କୁ ସମ୍ବର୍ଦ୍ଧନା

ବାହାନଗା,୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବନିର୍ବାଚିତ ବିଧାୟକ ଓ ଏମ୍‌ପିଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ବିଧାୟକ ପର୍ଶୁରାମ ଧଡା ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ୧୯ ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା, ସମିତିସଭ୍ୟ ଓ ବିଜେଡି ନେତା ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ନିର୍ବାଚନୀ ସମୀକ୍ଷା ବୈଠକରେ ଅଶ୍ବିନୀ ମହାପାତ୍ର, ବ୍ଲକ ସଭାପତି ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ତିତ ଥିଲେ।