Categories: ଜାତୀୟ

ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ

ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ ଲୋକେ ଉପହାର ଭାବେ ଭେଟି ଦେଉଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନ୍ସିରେ। ଝାନ୍ସିର ଡେଲିରେ ଏକ ବିବାହରେ ସାମିଲ ହୋଇଥିବା କିଛି ଅତିଥି ଟଙ୍କା ଓ ଅନ୍ୟ ଉପହାର ବଦଳରେ ନବଦମ୍ପତ୍ତିଙ୍କୁ ପିଆଜ ଦେଇଛନ୍ତି। ବରବଧୂ ମଞ୍ଚ ଉପରେ ଥିବା ବେଳେ ବିବାହରେ ଯୋଗଦେବା ପାଇଁ ଆସିଥିବା ଅତିଥି ଓ ସର୍ମ୍ପକୀୟମାନେ ତାଙ୍କୁ ପିଆଜ ଉପହାର ଦେଇଥିଲେ। ଜଣେ ସର୍ମ୍ପକୀୟ ତାଙ୍କୁ ୫କିଲୋ ପିଆଜ ଦେଇଥିବାରୁ ସେ ବେଶ୍‌ ଖୁସୀ ହୋଇଯାଇଥିଲେ। ଯେତେବେଳେ ବଧୂ ପ୍ରଥମ ରୋଷେଇ କରିବେ ସେହି ସମୟରେ ତାଙ୍କୁ ପିଆଜର ଚିନ୍ତା ରହିବନି ବୋଲି ଉକ୍ତ ସର୍ମ୍ପକୀୟ କହିଛନ୍ତି। ଏବେ ଏହି ଉପହାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share