ପୁରୁଷୋତ୍ତମପୁର,୧।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଇଂରାଜୀ ନବବର୍ଷ ଅବସରରେ ମା’ଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏହା ସାଙ୍ଗକୁ ସ୍ଥାନଟି ପିକ୍ନିକ୍ ସ୍ଥଳ ହୋଇଥିବାରୁ ପର୍ଯ୍ୟଟକମାନେ ବଣଭୋଜି କରି ମଜା ଉଠାଇିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ଥାନା ଏସ୍ଆଇ ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।