ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ବରଗାଁର ଭାଗ୍ୟବାନଙ୍କ ଝିଅ ସାବିତ୍ରୀ ଓ କର୍ଲାସୋଢ଼ା ଗ୍ରାମର ବେଣୁଧର ରଣାଙ୍କ ପୁତ୍ର ଜିତେନ୍ଦ୍ରଙ୍କ ସହ ଗତ ମାର୍ଚ୍ଚ ୮ ତାରିଖରେ ବିବାହ ହୋଇଥିଲା। ବିବାହର ମାତ୍ର ଚାରିମାସ ପରେ ଗତ ୫ ତାରିଖରେ ସାବିତ୍ରୀ ଆତ୍ମହତ୍ୟା କରିଛନ୍ତି। ସାବିତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ସ୍ବାମୀ ଜିତେନ୍ଦ୍ର, ଶ୍ୱଶୁର ବେଣୁଧର ଓ ଶାଶୁ ପୁତୁନୀ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଉଥିବା ବାପା ଭାଗ୍ୟବାନ ଥାନାରେ ଅଭିଯୋଗ କରିଛନ୍ତି ା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Share