ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରିମାସ ତଳେ ହୋଇଥିଲା ବିବାହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଦ୍ରକ ଅଫିସ,୧୯।୪ – ରବିବାର ଅପରାହ୍ନରେ ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁରେ ଜଣେ ନବବିବାହିତା ମହିଳା ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ (୨୮)। ସେ ଜାନୁୟାରୀ ୧୭ ରେ ବୈଦିକ ରୀତିରେ ବିବାହ କରିଥିଲେ। ହଠାତ ରବିବାର ପରିବାରରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଦିନ ପ୍ରାୟ ୧୦ ଟାରେ ଶ୍ୱଶୁର ଘର ଲୋକେ ପ୍ରତିମା ଆତ୍ମହତ୍ୟା କରିଥିବା ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲା। ପରିବାରଲୋକେ ପହଞ୍ଚିି ପ୍ରତିମାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ କରାଯାଇଛି। ପ୍ରତିମାଙ୍କ ବାପଘର ଅର୍ଣ୍ଣପାଳ ଆନନ୍ଦ ବଜାର ଅଞ୍ଚଳରେ ବୋଲି ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ କରାଯାଇନାହିଁ।

Share