ବୈଶିଙ୍ଗା, ୭।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୭ ପଞ୍ଚାୟତରେ ଚଳିତବର୍ଷ ୧୮ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସୋମବାର ନବମୀ ଅବସରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ୪୫ବର୍ଷରେ ପଦାର୍ପଣ କରିଥିବା ବୈଶିଙ୍ଗା ଶିବାଜୀ ଯୁବକ ସଂଘ ପକ୍ଷରୁ ହୋଇଥିବା ତୋରଣ ଆକର୍ଷଣୀୟ ହୋଇଛି। ନବରାତ୍ର ଅବସରରେ ମା’ଙ୍କ ୮ଟି ସ୍ବରୂପର ମୂର୍ତ୍ତି ମୁଖ୍ୟତଃ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ଗଡ଼ଦେଉଳିଆ, କଳମା, ଖୁଣ୍ଟାପୁର, ପୁରୁଣିଆ, ରାଇକମା, ଅଁଳା, ହରିପୁର, ମେରଦା, କୁଶୁଦା, ଯୁଗପୁରା, ଦେଓପଡ଼ା ଆଦି ସ୍ଥାନରେ ମହାସମାରୋହରେ ପୂଜା ପାଳିତ ହେଉଛି। ଆସନ୍ତା ମଙ୍ଗଳବାର ୬ଟି ପଞ୍ଚାୟତରେ ଦଶହରା ଓ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।