ନବଯୌବନ ଲୀଳାରୁ ପାବନ ମଣିଷ

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଅଣସର ଲୀଳା ପରେ ନବଯୌବନ ରୂପରେ ଦର୍ଶନ ଦିଅନ୍ତି। ଶ୍ରୀଜଗନ୍ନାଥ ଧାମ ବ୍ୟତୀତ ବର୍ଷକୁ ଥରେ ନିଶ୍ଚିତ ଭାବରେ ନବଯୌବନ ରୂପରେ ଦର୍ଶନ ଦେବା ପରମ୍ପରା ଅନ୍ୟତ୍ର ପ୍ରଚଳିତ ନାହିଁ। ତେବେ ଶ୍ରୀଜଗନ୍ନାଥଙ୍କ ଉପାସନାରେ ପ୍ରତ୍ୟେକ ଲୀଳାର ଏକ ସାମାଜିକ ବାର୍ତ୍ତା ରହିଥିବା ପରି, ନବଯୌବନ ଲୀଳା ପଛରେ ମଧ୍ୟ ସାମାଜିକ ବାର୍ତ୍ତା ରହିଅଛି। ଏହି ବାର୍ତ୍ତା ଖୁବ୍‌ ରହସ୍ୟମୟ।
ଯଉବନ ଶବ୍ଦ ପ୍ରଥମେ ଅଥର୍ବ ବେଦ (୧୮/୪/୫୦)ରେ ବ୍ୟବହୃତ ହୋଇଅଛି। ମଣିଷ ଜନ୍ମର ୧୬ବର୍ଷରୁ ୭୦ବର୍ଷ ପର୍ଯ୍ୟନ୍ତ ଯଉବନ କାଳ ବୋଲି ବହୁ ପ୍ରାଚୀନ ଆଲୋଚକ ଏକମତ ହୋଇଛନ୍ତି। ଧର୍ମଶାସ୍ତ୍ରରେ କୁହାଯାଇଛି ମଣିଷର ୧୬ବର୍ଷ ପୂର୍ବର ସମୟ ହେଉଛି ବାଳ-ଅବସ୍ଥାନ। ଯାହାକୁ ସଂସ୍କୃତରେ କୁହାଯାଏ ବାଲ୍ୟକାଳ। ବାଲ୍ୟକାଳର ଶେଷ ୪ ବର୍ଷକୁ ବହୁ ଆଲୋଚକ କିଶୋର-କାଳ ବୋଲି ମତ ଦେଇଛନ୍ତି। ୧୬ ବର୍ଷ ପରର କାଳକୁ ତରୁଣ କାଳ ମଧ୍ୟ କୁହାଯାଇଥାଏ। ୭୦ ବର୍ଷ ପରେ ମଣିଷର ବୃଦ୍ଧ କାଳ ବୋଲି ବିଚାର କରାଯାଏ।
ଯଉବନ କାଳରେ ମଣିଷ ଶରୀରରେ କେତେକ ବିଚାରଗତ ପରିବର୍ତ୍ତନ ହୁଏ। ୟାକୁ ସେ ସମୟର ଲକ୍ଷଣ ବୋଲି ସେହି କାଳକୁ ପାରି ହୋଇସାରିଥିବା ଆମେ ସଭିଏଁ ଅନୁଭବ କରୁଛେ। ସେ ସମୟରେ ଦେଖିବାର କଳାଟି ଭାରି ସରାଗପୂର୍ଣ୍ଣ ହୁଏ। ପୁରୀ ଭାଷାରେ ସରାଗିଆ ଚାହାଣି ବୋଲି କୁହାଯାଏ। ପୁରୁଷଟିଏ ହୋଇଥିଲେ ସ୍ବାଭାବିକ ପ୍ରକୃତି (ନାରୀ) ସହିତ ମିଶିବାକୁ ଅନ୍ତରର କେଉଁ ଅନ୍ଧାରିଆ କୋଣରେ ଇଚ୍ଛାଟିଏ ଉଙ୍କି ମାରେ। ପ୍ରକୃତି ହୋଇଥିଲେ ସେହିପରି ପୁରୁଷ ପ୍ରତି ସୃଷ୍ଟି ହୁଏ। ଉପଭୋଗର ଏକ ମୃଗତୃଷ୍ଣା ନିଛାଟିଆ ବେଳାରେ ବାଦଲ ଭଳି ମନ ଆକାଶରେ ଭାସିଯାଏ। ଖାଲି ସେତିକି ନୁହେଁ, ବଡ଼ବଡ଼ିଆମାନେ ମଣିଷର ଇନ୍ଦ୍ରିୟକୁ ହରିଣ ସହିତ ତୁଳନା କରିଛନ୍ତି। ସେହି ହରିଣଟି କେମିତି ଏକ ଲଗାମହୀନ ଭାବରେ ନିଜ ଇଚ୍ଛାରେ ସମ୍ରାଟ ହୋଇଯାଏ, ନିଜ ଭିତରେ ସେ ନିଜେ ଏକାଙ୍ଗ ଚକ୍ରବର୍ତ୍ତୀର ଭାବନାରେ ବୁଡ଼ିରୁହେ, ୟାକୁ ମହାଜନମାନେ ଭାରତୀୟ ଧାରାରେ ମୋହ ବୋଲି କହିଛନ୍ତି। ତାରୁଣ୍ୟର ମୋହ। ଏଇ ମୋହ ସାମାଜିକ ତଥା ପାରିବାରିକ ବନ୍ଧନ ଭିତରେ ଦିଗହୀନର ରୂପ ସହଜରେ ନେଇପାରେ ନାହିଁ। ଯଦି ଦୁଇଟି ଯାକ ବନ୍ଧନ ହୁଗୁଳା ଥାଏ, ତେବେ ଏହି ମୋହ ଦିଗଭାଙ୍ଗି କୂଳ ଲଘଂନ କରେ। ଜୀବନ ନଦୀରେ ଘାଇ ସୃଷ୍ଟି କରିଦିଏ। ୟାର ପ୍ରାଚୀନ ଉଦାହରଣଟିଏ ଦେଇଛନ୍ତି ମହାକବି ବାଣଭଟ୍ଟ। କାଦମ୍ବରୀ ଗଦ୍ୟ କାବ୍ୟରେ ଚନ୍ଦ୍ରାପୀରଙ୍କ ପ୍ରତି ଶୁପନାଶଙ୍କର ଉପଦେଶ ତାହାର ଜ୍ୱଳନ୍ତ ଉଦାହରଣ।
ବାସ୍ତବରେ ଯଉବନର ଲକ୍ଷଣ ହେଲା ଲାବଣ୍ୟ। ଏଇ ଲାବଣ୍ୟ ହିଁ ଆମର କାମ୍ୟ। ଲାବଣ୍ୟର ଉପାସକ ହେବା ସାଧନାର କଥା। ଲାବଣ୍ୟର ମୋହରେ ଆକାଶ କୁସୁମ ତୋଳିବାର ନକାରାତ୍ମକ ପ୍ରଚେଷ୍ଟା ମୂଳରୁ ଜୀବନଧାରାକୁ ବିଗିଡ଼େଇ ଦିଏ। ଦିନେ ବିଗିଡ଼େଇ ଦେଇଥିଲା ସଂସ୍କୃତ ମହାଭାରତ କାଳରେ ଉତ୍ତରାପଥର ଏକ ଯାତ୍ରୀ ବିଶେଷକୁ। ଯଉବନ କାଳରେ ଯଉବନ ପାପ କରିବାରୁ ସେମାନେ ପରିଚିତ ହୋଇଥିଲେ ଯବନ ଭାବରେ। ଏଠି ପାପର ବିଚାର ହୋଇଥିଲା ନିଷିଦ୍ଧ ଜନନେନ୍ଦ୍ରିୟ ସହିତ ସମ୍ପର୍କ ରଖିବା।
ବାସ୍ତବରେ ମହାପ୍ରଭୁଙ୍କ ନବଯୌବନ ଲୀଳା ଏକ ଲାବଣ୍ୟମୟ ଲୀଳା। ଦେଖିଲେ ମନ ଭରିଯାଏ। ପାଟିରୁ ବାହାରିଆସେ ଆ ହା! କି ଦିବ୍ୟରୂପ ଦର୍ଶନ ହେଲା। ଏଇ ଦିବ୍ୟ ଦର୍ଶନ ହିଁ ଉପଭୋଗର ମୃଗତୃଷ୍ଣାରୁ ମନକୁ ଅଜାଣତରେ ବାରଣ କରିନିଏ। ମୋହ ମୁକ୍ତ କରିଦିଏ ଚିତ୍ତକୁ। ବିପଥଗାମୀ ଇଚ୍ଛାକୁ ବାହୁଡ଼େଇ ଆଣେ। ଜୀବନ ନଦୀରେ ଆଉ ଘାଇ ସୃଷ୍ଟି ହୁଏ ନାହିଁ। ମଣିଷ ଯବନରେ ପରିଣତ ନ ହୋଇ ପାବନରେ ପରିଣତ ହୁଏ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri