ନବରଙ୍ଗପୁର ଜିଲାର ୨ବିଧାନସଭା ଆସନରେ ବିଜେଡି, ୨ଟିରେ ଭାଜପା ଆଗୁଆ

ନବରଙ୍ଗପୁର, ୨୩।୫(ବି.ପ୍ର.)-
ନବରଙ୍ଗପୁର ଜିଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨ଟିରେ ଭାଜପା ଓ ୨ଟିରେ ବିଜେଡି ଆଗୁଆ ରହିଛି। ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଦାଶିବ ପ୍ରଧାନୀ ୨୦୨୪ ଭୋଟରେ ଆଗୁଆ ରହିଛନ୍ତି। ସେହିଭଳି ଡାବୁଗାଁରେ ମଧ୍ୟ ବିଜେଡିର ମନୋହର ରନ୍ଧାରୀ ୧୦୯୫ ଭୋଟରେ ଆଗୁଆ ରହିଛନ୍ତି। ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ୨୯୯୫ ଭୋଟରେ ଆଗୁଆ ଥିବାବେଳେ ଝରିଗାଁରେ ଭାଜପାର ପର୍ଶୁରାମ ମାଝି ୨୭୯୬ ଭୋଟରେ ଆଗୁଆ ରହିଛନ୍ତି।

Share