ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ ସଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ। ଖାସ୍‌ କଥା ହେଲା, ଓଡ଼ିଆ ସିନେମାରୁ ହିଁ ଅମ୍ରିତା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଆଉ ଚଳଚ୍ଚିତ୍ରଟି ହେଲା ‘ହୀରାଲାଲ୍‌ ମୋତିଲାଲ୍‌’। ମୁନ୍‌ ଟିଭି ମୁଭିଜ୍‌ ବ୍ୟାନରରେ ଏହାର ଏକ୍‌ଜିକ୍ୟୁଟିଭ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନୀ ଗଡ଼ନାୟକ। ଖାଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସ୍ବର ସଂଯୋଜକ ବୈଦ୍ୟନାଥ ଦାଶ। ବାଳକୃଷ୍ଣ, ଅମର, ଗୁଡ୍ଡୁ, କାଳିଆ, ସୁମନ, ବାବୁ ପ୍ରଧାନ, ବ୍ରଜ ସିଂ, ହାଡୁ, ଦେବୁ ବ୍ରହ୍ମା, ହରି ବାବୁ ପ୍ରଧାନ, ଜୀବନ ପଣ୍ଡା, ସଲିଲ ମିତ୍ର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ଖାସ୍‌ କଥା ହେଲା ଏଥିରେ ଛଅ ଜଣ ନୂଆ ନାୟିକା-ଅମ୍ରିତା, ଦିଶା, ପ୍ରଜ୍ଞା ପ୍ରଧାନ, ରୋଜି, ପୁଷ୍ପା, ଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ କମେଡିଭିତ୍ତିକ ଏହି ଫିଲ୍ମଟି ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି କହିଛନ୍ତି ପ୍ରଯୋଜକ ସଚୀକାନ୍ତ।

Share