ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନରେନ୍ଦ୍ର ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ। ଓଡ଼ିଶାର ପ୍ରଗତି ଓ ଓଡ଼ିଶାବାସୀଙ୍କ ଆଶାକୁ ପୂରଣ କରନ୍ତୁ। ଏଥିଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନିଜ ଟୁଇଟର ପୃଷ୍ଠାରେ ମୋଦି ଉଲ୍ଲେଖ କରିଛନ୍ତି।

ପ୍ରକାଶଯୋଗ୍ୟ, ପୂର୍ବାହ୍ନରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ନବୀନ ଶପଥ ପାଠ କରିଛନ୍ତି। ଏହାପରେ ୨୦ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ପାଠ କରୁଛନ୍ତି।

Share