Advertisement

ନବୀନଙ୍କ ଶପଥ ଉତ୍ସବ ପୂର୍ବରୁ ଚଳଚଞ୍ଚଳ ପ୍ରଦର୍ଶନୀ ପଡ଼ିଆ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ୍‌ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ନେବେ। ତେବେ ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ ଗଣେଶୀ ଲାଲ ସାଢ଼େ ୧୦ଟାରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ପ୍ରଦର୍ଶନୀ ପଡ଼ିଆରେ ୩୦ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର ମୁତୟନ ହୋଇଛନ୍ତି। ପ୍ରଦର୍ଶନୀ ପଡ଼ିଆ ଚଳଚଞ୍ଚଳ ହୋଇପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel