Categories: ରାଜ୍ୟ

ନବୀନଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ରାଷ୍ଟ୍ରପତି, ଦେଲେ ଶୁଭେଚ୍ଛା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ଭାବେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ନବୀନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନବୀନଙ୍କ ନିକଟକୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିକାଶ ଲାଗି କେନ୍ଦ୍ରର ସହଯୋଗ ରହିବ ବୋଲି ଆଶ୍ୱାସନା ଦେଇଛନ୍ତି। ସେହିଭଳି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାବାସୀଙ୍କ ସ୍ବପ୍ନ ଓ ବିକାଶ ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ସମର୍ଥନ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି।

Share