ନବୋଦୟ ବିଦ୍ୟାଳୟ ପ୍ରଥମ ବ୍ୟାଚର ବନ୍ଧୁ ମିଳନ

ଫୁଲବାଣୀ ଅଫିସ, ୩୧ା୧୨-ଫୁଲବାଣୀ ତୁଡିପାଜୁସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ପ୍ରଥମ ବ୍ୟାଚ (୧୯୮୬-୧୯୯୩)ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏହି ବ୍ୟାଚର ଅଧ୍ୟକ୍ଷ ସ୍ବର୍ଗତ ସରୋଜ ରଥ, ଛାତ୍ର ପ୍ରବୋଧ ରଣଜିତ, ନାରାୟଣ ବେହେରା, ଯଶୋବନ୍ତ କହଁରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉକ୍ତ ବ୍ୟାଚର ସମସ୍ତ ବନ୍ଧୁ ନିଜ ପରିବାର ସହିତ ଉପସ୍ଥିତ ରହି ବିଗତ ଦିନର ସ୍ମୃତିକୁ ମନେ ପକାଇଥିଲେ। ନବୋଦୟ ବିଦ୍ୟାଳୟର ଏହି ବ୍ୟାଚ ଛାତ୍ରୀଛାତ୍ର ପିଲା ସାଲୁଙ୍କି ଡ୍ୟାମ ନିକଟ ଗୃହରେ ଅଧ୍ୟୟନ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାଚ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥିର କରାଯାଇଥିଲା।

Share