Categories: ଖେଳ

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି ହକି ମିଟ୍‌-୨୦୧୯ ରବିବାର ଉଦ୍‌ଯାପିତ ହୋଇଯାଇଛି। ଜବାହର ନବୋଦୟ ବିଦ୍ୟାଳୟ ଭୋପାଳ କ୍ଷେତ୍ର ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ହକି ମିଟ୍‌ରେ ଦେଶର ବିଭିନ୍ନ କ୍ଷେତ୍ରରୁ ୧୬ଟି ହକି ଟିମ୍‌ ଅଂଶଗ୍ରହଣ କରିଥିଲେ। ଏଥିରେ ୧୯ବର୍ଷରୁ କମ୍‌ ବର୍ଗରେ ଜବାହର ନବୋଦୟ ବିଦ୍ୟାଳୟ ସମିତି ପାଟନା କ୍ଷେତ୍ର ଚାମ୍ପିୟନ ହୋଇଛି। ନବୋଦୟ ବିଦ୍ୟାଳୟ ଶିଲଂ କ୍ଷେତ୍ର ରନର୍ସ ଅପ୍‌ ହୋଇଛି। ସେହିପରି ୧୭ବର୍ଷରୁ କମ୍‌ ବର୍ଗରେ ପାଟନା କ୍ଷେତ୍ର ଚାମ୍ପିୟନ ହୋଇଥିବା ବେଳେ ଭୋପାଳ କ୍ଷେତ୍ର ରନର୍ସ ଅପ୍‌ ହୋଇଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍‌ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତିର୍କୀ ଓ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡ. ଦୂବରାଜ ନାଏକ ଯୋଗଦେଇ ହକି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମାରୋହରେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳ କ୍ଷେତ୍ରର ଅତିରିକ୍ତ କମିଶନର ଏମ୍‌. ମାରାପ୍ପାନ୍‌, ଅଧ୍ୟକ୍ଷ ଏ. ରାୟ, ଏନ୍‌.ସି. କର, ଜିଙ୍କ୍‌ନଗର ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଟି.ଜେ. ଟୋନି, ଉପାଧ୍ୟକ୍ଷ ଟି. କେ. ଚଟ୍ଟୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଙ୍କ୍‌ନଗର ନବୋଦୟ ବିଦ୍ୟାଳୟର କ୍ରୀଡାଶିକ୍ଷକ ପ୍ରସନ୍ନ କୁମାର ଷଣ୍ଢ, ଖୋର୍ଦ୍ଧାର ପ୍ରଦୀପ ଦୋରା, ସୋନପୁରର ମନମୋହନ ପଟେଲ, ରାୟପୁରର ଡ. ମନୀଷ ଶୁକ୍ଳା ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Share