ନୂଆଦିଲ୍ଲୀ,୯।୭: କଂଗ୍ରେସର ନବ ନିର୍ବାଚିତ ଏମ୍ପିଙ୍କୁ ସଂସଦୀୟ କାର୍ଯ୍ୟକାରିଣୀ ଓ ସଂସଦରେ ଭାଗନେବାକୁ ନେଇ ଗ୍ରୁମିଙ୍ଗ କ୍ଲାସ ନେଇଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସର ଓ୍ବାର ରୁମ୍ ଅର୍ଥାତ୍ ୧୫ ଜିଆର୍ଜିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଲୋକ ସଭାରେ ଦଳର ନେତା ଥିବା ଅଧିର ରଞ୍ଜନ ଚୌଧୁରୀଙ୍କ ସହ ଅନ୍ୟ ନୂଆ ଏମ୍ପିମାନେ ଉପସ୍ଥିତ ଥିଲେ। ଚଳିତ ଲୋକ ସଭାରେ ପାଖାପାଖି ୫୦ କଂଗ୍ରେସ ଏମ୍ପି ଲୋକ ସଭାକୁ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ। ଏମାନେ କିଭଳି ସଂସଦରେ ପ୍ରଶ୍ନ କରିବେ, ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଆକ୍ରମଣ କରିବେ ଓ ଭୁଲ ଠିକ୍ର କିପରି ଜବାବ ରଖିବେ ତାକୁ ନେଇ ଟିପ୍ସ ଦିଆଯାଇଥିଲା।