ନୂଆଦିଲ୍ଲୀ,୨୫।୫: ଦେଶର୧୭ତମ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିବା ଏମ୍ପିମାନଙ୍କୁ ଖୁବ୍ ଶୀଘ୍ର ସରକାରୀ ଘର ଯୋଗାଇ ଦିଆଯିବ। ଏଥିଲାଗି ପରାଜିତ ଏମ୍ପିମାନଙ୍କୁ ଏକମାସ ମଧ୍ୟରେ ସେମାନଙ୍କର ସରକାରୀ ଆବାସ ଖାଲି କରିବାକୁ କୁହାଯାଇଛି। ଷ୍ଟେଟ ଅଫ୍ ଡିପାର୍ଟମେଣ୍ଟ ନବ ନିର୍ବାଚିତ ଏମ୍ପିମାନଙ୍କ ପାଇଁ ୩ ଶହ ସରକାରୀ ଘର ରଖାଯାଇଥିବା କୁହାଯାଇଛି। ଫଳରେ ଏଣିକି ଏମ୍ପି ମାନଙ୍କୁ ଅଧିକ ସମୟ ଧରି ଅସ୍ଥାୟୀ ବାସଗୃହରେ ରହିବାକୁ ପଡ଼ିବ ନାହିଁ ବୋଲି ଷ୍ଟେଟ ଅଫ୍ ଡିପାର୍ଟମେଣ୍ଟ କହିଛି।