Categories: ଜାତୀୟ

ନଭଲଖାଙ୍କୁ ୪ ସପ୍ତାହ ଗିରଫରୁ ମୁକ୍ତି

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ଭୀମା କୋରେଗାଁଓ ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୪ ସପ୍ତାହ ଅନ୍ତରୀଣ ସୁରକ୍ଷା ମିଳିଛି। ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ଆଗୁଆ ଜାମିନ ପାଇଁ ସମ୍ପୃକ୍ତ ଅଦାଲତଙ୍କୁ ଯିବା ଲାଗି ନଭଲଖାଙ୍କୁ କହିଛନ୍ତି। ତାଙ୍କ ଅନ୍ତରୀଣ ସୁରକ୍ଷାକୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ରାଜ୍ୟ ସରକାର ତାଙ୍କୁ କ’ଣ ପାଇଁ ବର୍ଷେ ହେଲା ଜେରା କରି ନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ପୂର୍ବରୁ ସର୍ବୋଚ୍ଚ ଅଦାଲତ ନଭଲଖାଙ୍କୁ ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୪ରୁ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Share