Categories: ଖେଳ

ନଭେମ୍ବରରେ ଖେଳାଯାଇପାରେ ଅବଶିଷ୍ଟ ପିଏସ୍‌ଏଲ ମ୍ୟାଚ୍‌

କରାଚୀ,୨୩।୩(ପି.ଟି.)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ୫ମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ନଭେମ୍ବରରେ ଆୟୋଜନ କରିବାକୁ ପିସିବି ଯୋଜନା କରୁଛି। କୋଭିଡ୍‌-୧୯ ଜନିତ ପରିସ୍ଥିତିରେ ସୁଧାର ଆସିବା ପରେ ହିଁ ଏହା ସମ୍ଭବ ହୋଇପାରେ ବୋଲି ସିଇଓ ଓ୍ବାସିମ ଖାଁ କହିଛନ୍ତି। ବିଦେଶୀ ଖେଳାଳିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ଗତ ସପ୍ତାହରେ ପିଏସ୍‌ଏଲକୁ ସ୍ଥଗିତ ରଖାଯାଇଥିଲା। ପିଏସ୍‌ଏଲର କେବଳ ନକଆଉଟ୍‌ ମ୍ୟାଚ୍‌ ଖେଳାଯିବାର ଅଛି। ଏହି ମ୍ୟାଚ୍‌ଗୁଡ଼ିକ ନଭେମ୍ବରରେ ଉପଲବ୍ଧ ୧୦ ଦିନରେ ଗ୍ୟାପରେ ଖେଳାଯାଇପାରେ ବୋଲି ଖାଁ ପ୍ରକାଶ କରିଛନ୍ତି। ଆମକୁ ପ୍ରଥମେ ଫ୍ରାଞ୍ଚାଇଜ ମାଲିକଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ପଡ଼ିବ। ସେମାନେ ମଧ୍ୟ ପରାମର୍ଶ ଦେବେ। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ମୁଲତାନ ସୁଲତାନ ଦଳକୁ ଚାମ୍ପିୟନ ଘୋଷଣା କରାଯିବ ଉଚିତ କିମ୍ବା ଆଗାମୀ ବର୍ଷ ପିଏସ୍‌ଏଲ-୬ ପୂର୍ବରୁ ଏହି ମ୍ୟାଚ୍‌ ଖେଳାଯାଇଯିବା ଉଚିତ ହେବ କି ନାହିଁ ବୋଲି ସାମ୍ବାଦିକ ସମ୍ମୀଳନିରେ କହିଛନ୍ତି। ଯଦି କୋଭିଡ୍‌-୧୯ ପ୍ରଭାବ ଆହୁରି ବର୍ଷେ ଜାରି ରହୁ, ତେବେ ମଧ୍ୟ ପିସିବି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ମାତ୍ର ପିଏସଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଓ ସ୍ଥଗିତ ଯୋଗୁ ପିସିବି ୨୦୦ ନିୟୁତ ଡଲାର କ୍ଷତି ସହିବ ବୋଲି ସେ ପ୍ରକାଶ କରିଛନ୍ତି।

Share