ନଭେମ୍ବରରେ ପାଣିକୋଇଲି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ,୨୮ା୧୦:ଏନଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ ପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତିକୁ ୬ ବର୍ଷ ବିତିଛି। ଏପରିକି ଟୋଲ ଆଦାୟ ଦାୟିତ୍ୱରେ ଥିବା ରଞ୍ଚୋର ଡେଭଲପମେଣ୍ଟ ପ୍ରା.ଲିଃ. ଠିକାସଂସ୍ଥାର ଲିଜ୍‌ ଅବଧି ଗୁରୁବାର ଶେଷ ହୋଇଛି। କିନ୍ତୁ ଭଦ୍ରକ-ଯାଜପୁର ସୀମାନ୍ତବର୍ତ୍ତୀ ନେଉଳିଆଠାରେ ନବନିର୍ମିତ ଟୋଲପ୍ଲାଜାକୁ ସ୍ଥାନାନ୍ତର କରିବାକୁ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। ଆଗକୁ ନୂତନ ଟେଣ୍ଡର ହେବା ପର୍ଯ୍ୟନ୍ତ ଦୈନିକ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟୋଲ ଆଦାୟ ଅର୍ଥକୁ ହେରାଫେରି କରିବାକୁ ଏହା ଏକ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ପାଣିକୋଇଲି ଟୋଲପ୍ଲାଜା ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସ୍ଥାନାନ୍ତର ହେବ ବୋଲି ଏନଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।
ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପାଣିକୋଇଲି ଓ ୫୩ନଂ. ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ୬ ବର୍ଷ ହେଲା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାକୁ ନେଇ ୨୦୨୦ ଅଗଷ୍ଟ ୬ ରେ ଟେଣ୍ଡର ହୋଇଥିଲା। ଏହି ଅଢେଇ ମାସ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହୋଇଥିଲାବେଳେ ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ କେବଳ ପରିଚାଳନା କରିଥିଲା। ସେତେବେଳେ ଉକ୍ତ ଠିକାସଂସ୍ଥାକୁ ପରିଚାଳନା ଖର୍ଚ୍ଚ ପ୍ରଦାନ କରି ବାକି ଟୋଲ ଆଦାୟର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏକ ନୂତନ ଠିକାସଂସ୍ଥାକୁ ଦୈନିକ ୩୨ଲକ୍ଷ ୭୨ ହଜାର ଟଙ୍କାରେ ଲିଜ୍‌ ଦେଇଥିବା ସୂଚନା ମିଳିଥିଲା। ଅନୁରୂପ ଭାବେ ବର୍ତ୍ତମାନ ମଧ୍ୟ ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରି ଟୋଲ ଆଦାୟ ଅର୍ଥକୁ ବାଟମାରଣା କରିବାକୁ ଚକ୍ରାନ୍ତ ଚାଲିଥିବା କୁହାଯାଉଛି। ତେଣୁ ନେଉଳିଆ ଟୋଲ ପ୍ଲାଜା ନିର୍ମାଣ ଶେଷ ହୋଇ ସାରିଥିଲେ ହେଁ ଜାଣିଶୁଣି ସେଠାକୁ ସ୍ଥାନାନ୍ତର କରାଯାଉନାହିଁ। ଯେତେଦିନ ଟେଣ୍ଡର ପ୍ରକ୍ରିୟା ଘୁଞ୍ଚିବ ସେତେଦିନ ପର୍ଯ୍ୟନ୍ତ ଟୋଲ ଆଦାୟର ବିପୁଳ ଅର୍ଥ ସମ୍ପୃକ୍ତ କେତେଜଣ ଅଧିକାରୀଙ୍କ ପକେଟକୁ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟରୁ ଅନ୍ୟ ଟୋଲ୍‌ଗେଟର ଦୂରତା ଅତିକମରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୧୬ନଂ. ଜାତୀୟ ରାଜପଥ, ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଏବଂ ପାଣିକୋଇଲି-କେନ୍ଦୁଝର ୨୦ନଂ. ଜାତୀୟ ରାଜପଥରେ ୪ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାମ କରୁଛି। କେବଳ ୧୬ନଂ. ଏନଏଚରେ ୪୭ କିମି ଦୂରତା ମଧ୍ୟରେ ପାଣିକୋଇଲି ଓ ବନ୍ଦାଳୋ ଟୋଲପ୍ଲାଜା ରହିଛି। ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ୩ ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ) ପକ୍ଷରୁ ମଙ୍ଗୁଳି ଟୋଲପ୍ଲାଜାକୁ ବନ୍ଦାଲୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକ ଜିଲା ନେଉଳିଆ ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ଜାରି ହେବାର ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ନିଜର ସ୍ବାର୍ଥସାଧନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଏ ସଂକ୍ରାନ୍ତରେ ଏନଏଚ୍‌ଏଆଇ ବାଲେଶ୍ୱର ଡିଭିଜନର ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତର କରାଯିବ। ଟେଣ୍ଡର ହେବା ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ପରିଚାଳନା କରିବ। ଏଥିରେ କୌଣସି ହେରାଫେରିର ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri