Categories: ବାଣିଜ୍ୟ

ନଭେମ୍ବରରେ ମାରୁତି ସୁଜୁକି ଉତ୍ପାଦନ ୪% ବଢିଲା

ନୂଆଦିଲ୍ଲୀ, ୯ା୧୨: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାନ ନିର୍ମାତାମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଥିବା ଦେଖାଯାଇଥିଲା। ହେଲେ ଏଥିରେ ଧୀରେ ଧୀରେ ସୁଧାର ଆସୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଉତ୍ପାଦନ ୪.୩୩% ବଢାଇଛି। ଲଗାତର ଭାବେ ୩ ମାସ ଉତ୍ପାଦନ କମାଇବା ପରେ କମ୍ପାନୀ ଏହାର ଉତ୍ପାଦନରେ ବୃଦ୍ଧି କରିଛି। ଶେୟାର ମାର୍କେଟକୁ କମ୍ପାନୀ ଦେଇଥିବା ସୂଚନା ମୁତାବକ ଏହି ସମୟ ମଧ୍ୟରେ ଏହା ୧.୪୧ ଲକ୍ଷ ଯାନ ଉତ୍ପାଦନ କରିଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୧.୩୫ ଲକ୍ଷ ୟୁନିଟ ରହିଥିଲା। ଏହି ସମୟରେ ଯାତ୍ରୀବାହୀ ବାହାନ ଉତ୍ପାଦନ ୩.୬୭% ବଢିଛି। ସେହିଭଳି କମ୍ପାନୀର ୟୁଟିଲିଟି ଯାନ ଉତ୍ପାଦନ ୧୮% ବଢିଛି। ଅକ୍ଟୋବରରେ କମ୍ପାନୀର ଯାନ ଉତ୍ପାଦନ ୨୦% ହ୍ରାସ ଘଟିଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share