Categories: ଜାତୀୟ

ନଭେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨।୧୧: ସବୁ ରାଜ୍ୟର ବ୍ୟାଙ୍କଗୁଡିକ ନଭେମ୍ବରରେ ପ୍ରାୟ ୧୨ ଦିନ ବନ୍ଦ ରହିବ ବୋଲି ଆରବିଆଇ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥିମଧ୍ୟରେ ଖାଲି ୮ଟି ଛୁଟି ଭିନ୍ନ ଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟି ଦିବସ ଭାବେ ସାମିଲ ହୋଇଛି। କାରଣ ଚଳିତ ମାସରେ ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ, କନ୍ନଡ ରାଜ୍ୟତ୍ସୋବ, ବାଲାଂ ଫେଷ୍ଟିଭାଲ ପଡ଼ୁଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ। ରବିବାରକୁ ମିଶାଇ ନଭେମ୍ବର ୧,୨,୩, ୮,୯, ୧୦, ୧୨,୧୫, ୧୭,୧୯,୨୩ ଓ ୨୪ରେ ବନ୍ଦ ରହିବ। ସେହି ସମୟରେ ସାଧାରଣଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଗ୍ରାହକମାନଙ୍କୁ ଏହାପୂର୍ବରୁ ନିଜ ଜରୁରୀ କାର୍ଯ୍ୟ କରିନେବା ପାଇଁ ଆରବିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share