Categories: ଜାତୀୟ

‘ନଭେମ୍ବର ପରେ ରାମମନ୍ଦିର’

ଅଯୋଧ୍ୟା,୧୬ା୯(ଆଇଏଏନ୍‌ଏସ୍‌): ନଭେମ୍ବର ପରେ ଅଯୋଧ୍ୟାରେ ବିଶାଳ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ରାୟ ରାମମନ୍ଦିର ସପକ୍ଷରେ ଯିବ ବୋଲି ସେ କହିଛନ୍ତି। ଉପାସନା କରିବା ନାଗରିକର ମୌଳିକ ଅଧିକାର ହୋଇଥିବାରୁ ଏହାକୁ କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ଅଯୋଧ୍ୟା ଗସ୍ତରେ ଥିବା ସୁବ୍ରମଣ୍ୟମ୍‌ କହିଛନ୍ତି।

Share