ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍‌ ମିନ୍‌ ଟାଇମ୍‌ ୧୧ଟା ୩୫ ମିନିଟ୍‌ ଅର୍ଥାତ୍‌ ଭାରତୀୟ ସମୟ ୫ଟା ୫ ମିନିଟ୍‌ରୁ ଆରମ୍ଭ ହେବ। ଏହି ମହାଜାଗତିକ ଦୃଶ୍ୟ ୫ ଘଣ୍ଟା ୫୦ ମିନିଟ୍‌ ଧରି ଦେଖିବାକୁ ମିଳିବ। ଭାରତୀୟ ସମୟ ରାତି ୧୦ଟା ୫୫ ମିନିଟ୍‌ରେ ଏହା ଶେଷ ହେବ। ତେବେ ରାତି ଯୋଗୁ ଶେଷ ସମୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସମୟରେ ସୂର୍ଯ୍ୟ ଉପରେ ଧୀରେଧୀରେ ଏକ ବଡ଼ କଳାଜାଇ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଗତି କରିବ। ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୩୨ରେ ପୁଣି ଥରେ ଏହି ଦୃଶ୍ୟ ଦେଖିବାକୁ ମିଳିବ।

Share