Categories: ଜାତୀୟ

ନଭେମ୍ବର ୧୧, ୧୨ରେ ଲାଗୁ ହେବନାହିଁ ଅଡ୍‌ ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୧୧: ଅଡ୍‌-ଇଭିନ ନମ୍ବରକୁ ନେଇ ଦିଲ୍ଲୀବାସିଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। କାରଣ ନଭେମ୍ବର ୧୧ ଓ ୧୨ରେ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମଦିବସ ଥିବାରୁ ଏହିଦିନ ଅଡ୍‌ ଇଭିନ ନମ୍ବର ଲାଗୁ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ସୂଚନା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ କେଜରିଓ୍ବାଲ କହିଛନ୍ତି ଶିଖ୍‌ମାନେ ଏହା ଦାବି କରିଥିବାରୁ ସେମାନଙ୍କ ଦାବି ପୂରଣ କରାଯାଇ ୨ ଦିନ ଅଡ୍‌-ଇଭିନ ନମ୍ବରୁ ଜନତାଙ୍କୁ ଛୁଟି ଦିଆଯାଇଛି।

Share