Categories: ଜାତୀୟ

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଅକ୍ଟୋବର ୧୭ ସୁଦ୍ଧା ସରିବ। ତେଣୁ ନଭେମ୍ବର ୧୮ ବେଳକୁ ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟରେ ଏବେ ଏହି ମାମଲା ଚାଲିଥିବାବେଳେ ଭାଜପା ନେତା ବାରମ୍ବାର ମନ୍ଦିର ନିର୍ମାଣକୁ ନେଇ ମନ୍ତବ୍ୟ ଦେଉଥିବା ଦେଖାଯାଇଛି।

Share