Categories: ଜାତୀୟ

ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୫।୧୧: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକ ସଭାର ବାଚସ୍ପତି ଓମ୍‌ ବିର୍ଲା ଶନିବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସେହିପରି ୧୭ ନଭେମ୍ବରକୁ ସରକାରଙ୍କ ପକ୍ଷରୁ ପ୍ରହ୍ଲାଦ ଯୋଶୀ ମଧ୍ୟ ଏକ ସର୍ବଦଳୀୟ ବୈଠକ ଡକାଇଥିବା ଜଣାପଡ଼ିଛି। ଚଳିତ ଅଧିବେଶନ ମୋଦି ସରକାରଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏଥିରେ ଅଯୋଧ୍ୟା ଶୁଣାଣି, ରାଫାଲ ଓ ସାବରୀମାଲା ମନ୍ଦିର ଆଦି ଉପରେ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି।

Share