Categories: ଜାତୀୟ

ନଭେମ୍ବର ୨୫ରେ କାଟ୍ରୋସାଟ୍‌-୩ ସହିତ ଆମେରିକାର ୧୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା,୧୯।୧୧: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍‌ଏଲ୍‌ଭି-୪୭-ସି ଦ୍ୱାରା ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାଟ୍ରୋସାଟ୍‌-୩ ଏବଂ ଆମେରିକାର ୧୩ଟି ଛୋଟ ବ୍ୟବସାୟିକ ଉପଗ୍ରହ ରହିଛି। କାଟ୍ରୋସାଟ୍‌-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୧୫ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ କିଲୋମିଟର ଦୂରରେ ପୃଥିବୀର କକ୍ଷପଥରେ ସ୍ଥାପନ କରାଯିବ।

Share