ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଥିବା ଜଣାପଡିଛି। ଫଳରେ ଦିଲ୍ଲୀବାସୀ ଏବେ ଏକ ପ୍ରକାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଶାସନାଧିନ ସରକାର ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଏବେ ଦିଲ୍ଲୀର ଏୟାର କ୍ୱାଲିଟି ଏଫ୍କ୍ୟୁଆଇ ୫୦୦-୭୦୦ ମଧ୍ୟରେ ରହିଛି। ଯାହା ଅତି ସାଂଘାତିକ ସ୍ତର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଏଠାରେ ନଡା ଜାଳିବା ବଢିଯାଇଥିବାରୁ ଏହା ବାୟୁ ପ୍ରଦୂଷଣକୁ ବୃଦ୍ଧି କରିଛି।