Categories: ଜାତୀୟ

ନଭେମ୍ବର ୮ରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୨।୧୦: ନଭେମ୍ବର ୮ରେ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରମନ୍ତ୍ରୀ ହସ୍‌ରମିତ କୌର ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ସାହିବ ଯିବା ପାଇଁ ନିର୍ମାଣ ଚାଲିଥିବା ଏହି କରିଡରକୁ ଭାରତୀୟ ସୀମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବେ ମୋଦି। ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁ ନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ଏହି କରିଡର ଯୋଗୁ ଶ୍ରଦ୍ଧାଳୁମାନେ ଏବେ ବେଶ ଆରାମରେ ଶ୍ରୀ କର୍ତ୍ତାରପୁର ସାହିବଙ୍କ ଦର୍ଶନ କରିପାରିବେ। ଗୁରୁ ନାନକ ଜୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ହସ୍‌ରମିତ କହିଛନ୍ତି।

Share