Categories: ଜାତୀୟ

ନଭେମ୍ବର ୯ରେ ସରିବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ: ୬ ଦିନ ମଧ୍ୟରେ ସରକାର ଗଠନ ନ ହେଲେ ହେବ ରାଷ୍ଟ୍ରପତି ଶାସନ ଜାରି !

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକରେ ଘୋଡ଼ା ଛୁଟୁଛି। ସରକାର ଗଠନ ପାଇଁ ଶିବସେନା-ଭାଜପା ମଧ୍ୟରେ ଭିଡ଼ା ଓଟରା ଜାରି ରହିଛି। ତେବେ ଆଉ ୬ ଦିନ ମଧ୍ୟରେ ରାଜ୍ୟରେ ନୂଆ ସରକାର ଗଠନ ନ ହେଲେ ରାଷ୍ଟ୍ରପତି ଶାସନ ଜାରି ହେବାର ଆଶଙ୍କା ଦେଖାଦେଇଛି। ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ରେ ସରୁଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଗଠନ ହେବା ଆବଶ୍ୟକ ବୋଲି ସମ୍ବିଧାନ ବିଶାରଦ ମତପୋଷଣ କରିଛନ୍ତି। ଅପରପକ୍ଷରେ ସରକାର କିଏ ଗଠନ କରିବ ତାହା ଏପର୍ଯ୍ୟନ୍ତ ଠିକ୍‌ ହୋଇ ନ ଥିବାବେଳେ ରାଜ୍ୟ ବିଧାନ ଭବନ ପରିସରରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଏଠାରେ ନିୟୋଜିତ ଥିବା ଠିକାଦାରଙ୍କୁ କାମ ନଭେମ୍ବର ୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share