ନମସ୍କାରର ସଠିକ୍‌ ଅର୍ଥ ବୁଝାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି। ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍‌ ଅର୍ଥକୁ ନେଇ ଏକ ଟୁଇଟ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିଗ୍‌ ବି ଏହି ଟୁଇଟ୍‌ରେ ଲେଖିଛନ୍ତି, ନମସ୍କାର କେବଳ ଆମର ସଭ୍ୟତାର ପ୍ରତୀକ, ପ୍ରଥା ବା ପରମ୍ପରା ନୁହେଁ। ଏହା ହେଉଛି ଆମର ଆଦର୍ଶ ଓ ସଂସ୍କୃତିର ପରିଚୟ।

ଏହି ନମସ୍କାରକୁ ଆମେ ସମ୍ମାନ, ଆଦର, ପୂଜା, ଅନୁରୋଧ ଏବଂ ପ୍ରଣାମ ମଧ୍ୟ କହିଥାଉ। ଆଉ ବେଳେ ବେଳେ ଏହି ନମସ୍କାରକୁ ଆମେ ସଙ୍କୋଚ ଭାବେ ମଧ୍ୟ ବ୍ୟବହାର କରିଥାଉ। ନମସ୍କାରରେ ଶକ୍ତି ରହିବା ସତ୍ତ୍ୱେ ଏଥିରେ କ୍ରୋଧ ଏବଂ ହିଂସା ଜାଗ୍ରତ ହୋଇ ନ ଥାଏ। ଏଥିରେ ପ୍ରେମ, ସ୍ନେହ, ଶ୍ର୍ରଦ୍ଧା ଓ ଭେଦଭାବ ମଧ୍ୟ ରହିଥାଏ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ନମସ୍କାର କେତେବେଳେ ଆତ୍ମା ସହ ଜଡିତ ହୋଇଥିବା ବେଳେ କେତେବେଳେ ଏହା ପ୍ରଥା ମଧ୍ୟରେ ଭିନ୍ନତା ଆଣିଥାଏ। ଏହା ସମ୍ମାନ ସହ ସମ୍ପର୍କର ପ୍ରତୀକକୁ ବୁଝାଏ। ଯେତେବେଳେ ଆମେ ନମସ୍କାର କରିଥାଉ ସେତେବେଳେ ସମସ୍ତ ସଂସ୍କୃତିକୁ ଆମେ ସମ୍ମାନ କରିଥାଉ ବୋଲି ବିଗ୍‌ ବି କହିଛନ୍ତି।

Share