Categories: ଜାତୀୟ

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡେ ସେଦିନର କଥା ଯେଉଁଦିନ ବାପୁଙ୍କୁ ହତ୍ୟା କରାଯାଇଥିଲା। ଗାନ୍ଧୀ ୩୦ ଜାନୁୟାରୀ ୧୯୪୮ରେ ଦିଲ୍ଲୀର ବିଡଳା ଭବନର ସନ୍ଧ୍ୟାର ପ୍ରାର୍ଥନା ସଭାରୁ ଉଠୁଥିବା ସମୟରେ ଗଡସେ ତାଙ୍କ ଛାତିରେ ଗୁଳି କରିଥିଲେ। ଗଡସେ ବାପୁଙ୍କ ସାଥିରେ ଛିଡା ହୋଇଥିବା ମହିଳାଙ୍କୁ ହଟାଇଲେ ଏବଂ ନମସ୍ତେ ବାପୁ କହି ନିଜ ସେମି ଅଟୋମେଟିକ ପିସ୍ତଲରେ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରି ହତ୍ୟା କରିଥିଲେ ଗଡସେ। ହତ୍ୟା ପରେ ସେ ନିଜ ଭୁଲ ସ୍ବୀକାର କରିଥିଲେ। କହିଥିଲେ, ମୁଁ ୨ଟି ଗୁଳି ଚଳାଇବାକୁ ଚାହୁଁଥିଲି, କିନ୍ତୁ ତୃତୀୟ ଗୁଳିଟି ହଠାତ୍‌ ବାହାରିଯାଇଥିଲା। ହତ୍ୟା କରିବା ପରେ ପରେ ତାଙ୍କୁ ଗିରଫ କରାଯାଇଥିଲା। ୧୫ ନଭେମ୍ବର, ୧୯୪୯କୁ ନାଥୁରାମ ଗଡସେଙ୍କୁ ଗାନ୍ଧୀଙ୍କ ହତ୍ୟା ଅପରାଧରେ ଫାଶି ଦଣ୍ଡାଦେଶ ଶୁଣାଯାଇଥିଲା।

Share