Categories: ଜାତୀୟ

‘ନମାମି ଗଙ୍ଗେ’ ପ୍ରୋଜେକ୍ଟର ସମିକ୍ଷା କଲେ ମୋଦି

କାନପୁର,୧୪।୧୨: ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଶନିବାର ସକାଳେ କାନପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଚନ୍ଦ୍ରଶେଖର ଆଜାଦ ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ଗଙ୍ଗାକୁ ନିର୍ମଳ ଓ ସ୍ବଚ୍ଛ ରଖିବାକୁ ଏପର୍ଯ୍ୟନ୍ତ ଯେତେସବୁ କାମ କରାଯାଇଛି ମୋଦି ଏହାର ସମିକ୍ଷା କରିବେ। ଏହାକୁ ଆହୁରି ସ୍ବଚ୍ଛ ଓ ସୁନ୍ଦର କରିବାକୁ କ’ଣ କରିବା ଆବଶ୍ୟକ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ।

Share