Categories: ଜାତୀୟ

ନମୋ ଟିଭି ପ୍ରସାରଣରେ ଇସିଙ୍କ କଟକଣା

ନୂଆଦିଲ୍ଲୀ,୧୮ା୪(ପି.ଟି): ନିର୍ବାଚନ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ ‘ସାଇଲେନ୍ସ ପିରିୟଡ୍‌’ରେ ଭାଜପା ପ୍ରାୟୋଜିତ ନମୋ ଟିଭି ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ଭୋଟ ଗ୍ରହଣର ୪୮ଘଣ୍ଟା ପୂର୍ବରୁ ସିନେମା, ଟେଲିଭିଜନ ଏବଂ ଅନ୍ୟ ମାଧ୍ୟମଗୁଡିକରେ ନିର୍ବାଚନ ବିଷୟବସ୍ତୁ ପ୍ରଦର୍ଶନ ନ କରିବା ପାଇଁ ଲୋକ ପ୍ରତିନିଧି ଆଇନର ଧାରା ୧୨୬ରେ ଉଲ୍ଲେଖ ରହିଛି। ଉକ୍ତ ସମୟକୁ ‘ସାଇଲେନ୍ସ ପିରିୟଡ୍‌’ କୁହାଯାଏ। ଏହି ସମୟରେ ଭୋଟର ଆଦୌ ପ୍ରଭାବିତ ନ ହୋଇ କାହାକୁ ଭୋଟ ଦେବେ ମନସ୍ଥ କରିଥାନ୍ତି। ଟିଭି ଚ୍ୟାନେଲ ଏବଂ ସେଭଳି ପ୍ଲାଟଫର୍ମରେ ଦେଶବ୍ୟାପୀ ପ୍ରସାରିତ ହେଉଥିବା ରାଜନୈତିକ ବିଷୟବସ୍ତୁକୁ ପ୍ରମାଣପତ୍ର ପ୍ରଦାନ ପାଇଁ ଦିଲ୍ଲୀ ସିଇଓଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି।  ଏହି ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି।

Share