Categories: ଫୁରସତ

ନରରାକ୍ଷସ: ଶ୍ମଶାନରୁ ୧୫୦ ମୃତଦେହ କାଢ଼ି ଖାଇସାରିଲେଣି

କାହାଣୀରେ ଶୁଣିଥିବେ ନରରାକ୍ଷସ କଥା। ଯେ କି ଜିଅନ୍ତା ମଣିଷ ମାରି ଖାଇଥାନ୍ତି। ମାତ୍ର ଆଜି ମଧ୍ୟ ଦୁନିଆରେ ନରରାକ୍ଷସ ଅଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତଥାପି ସତ। ଏପରି ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଦୁଇଭାଇ ଶ୍ମଶାନରୁ ମୃତଦେହ କାଢ଼ି ଖାଇଥାନ୍ତି। ଏବେସୁଦ୍ଧା ଦୁଇଭାଇ ମିଶି ୧୫୦ରୁ ଊର୍ଦ୍ଧ୍ୱ ମୃତଦେହ ଖାଇସାରିଲେଣି। ଦୁଇଭାଇ ହେଲେ ମହମ୍ମଦ ଫରମାନ୍‌ ଅଲ୍ଲୀ ଏବଂ ମହମ୍ମଦ ଆରିଫ୍‌ ଅଲ୍ଲୀ। ପାକିସ୍ତାନର ଭକର ଜିଲାର କଲନ ଗାଁରେ ରହୁଥିବା ଏହି ଦୁଇ ଭାଇ ବିବାହିତ ହୋଇଥିବା ବେଳେ ସ୍ତ୍ରୀ ଛାଡ଼ି ଚାଲିଯାଇଛନ୍ତି।

ପ୍ରଥମେ ୨୦୧୧ ମସିହାରେ ନିକଟରେ ଥିବା ଶ୍ମଶାନରୁ ଜଣେ ମହିଳାଙ୍କ ମୃତଦେହ ଗାଏବ ହୋଇଯାଇଥିଲା। ଏହା ପରେ ତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଛାନ୍‌ଭିନ୍‌ କରିବାରୁ ଫରମାନ୍‌ ଏବଂ ଆରିଫ୍‌ ଏପରି କରିଥିବା ଜାଣିବାକୁ ପାଇଥିଲେ। ଫଳରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ୨୦୧୩ରେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ଇତିମଧ୍ୟରେ ଦୁଇଭାଇ ଶ୍ମଶାନରୁ ମୃତଦେହ କାଢ଼ି ଖାଇବାକୁ ଏକ ନିଶାରେ ପରିଣତ କରିସାରିଥିଲେ। ୨୦୧୪ ଏପ୍ରିଲ୍‌ରେ ତାଙ୍କ ଘରୁ ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ପୁଣି ପୋଲିସରେ ଅଭିଯୋଗ କଲେ। ପୋଲିସ ସେମାନଙ୍କ ଘରକୁ ଆସି ଯାଞ୍ଚ କରିବାରୁ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। କାରଣ ତାଙ୍କ ଘରେ ମୃତଦେହକୁ ନେଇ ସେମାନେ ରୋଷେଇ କରି ଖାଇଥାନ୍ତି। ପୋଲିସ ଜେରା କରିବାକୁ ଦୁଇଭାଇ ସତ କଥା ସ୍ବୀକାର କରିଥିଲେ। ସେମାନେ କହିଥିଲେ ୧୫୦ରୁ ଊର୍ଦ୍ଧ୍ୱ ମୃତଦେହ କାଢ଼ି ଖାଇଛନ୍ତି। ଏହା ପରେ ପୋଲିସ ଦୁଇଭାଇଙ୍କୁ ଗିରଫ କରିଥିଲା। ସେବେଠାରୁ ଦୁଇଭାଇ ଜେଲ୍‌ରେ ସଜା କାଟୁଛନ୍ତି।

Share