ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): କଂଗ୍ରେସ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମାତ୍ର ୯ଟି ଆସନ ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି। ତେବେ ଦଳ ପକ୍ଷରୁ କାହାରିକୁ ବିଧାୟକ ଦଳ ନେତାଭାବେ ନିଷ୍ପତ୍ତି ହୋଇ ନ ଥିଲା। ୨୫ରେ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏଭଳି ସ୍ଥିତିରେ ଶେଷ ସମୟରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ସଂଖ୍ୟା କମ୍‌ ଥିଲେ ମଧ୍ୟ ଦଳ ପକ୍ଷରୁ ଜଣେ ଉପନେତା ରହିବେ। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଦଳର ଉପନେତା ହୋଇଛନ୍ତି। ସେହିପରି ତାରାପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳ ମୁଖ୍ୟ ସଚେତକ ଏବଂ ମହମ୍ମଦ ମୋକିମ ସେକ୍ରେଟାରୀ ହୋଇଛନ୍ତି।

Share