ନରେନ୍ଦ୍ରପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ଶେରଗଡ଼,୨୧ା୮(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ଦୁଇ ଭାଇ। ଉଭୟଙ୍କୁ ଜ୍ୱର ହେବାରୁ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ ଜୀବାଣୁ ଥିବା ଜଣାପଡିଛି। ସେମାନେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡ଼ିକାଲର ଡେଙ୍ଗୁ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ନରେନ୍ଦ୍ରପୁର ଗଁାରେ ବହୁତ ଜ୍ୱର ରୋଗୀ ଥିବା ବେଳେ ସେମାନଙ୍କ ଅଧିକ ଚିକିତ୍ସା କରିବା ପାଇଁ ସାଧାରଣରେ ଦାବି ହେଉଛି।