ନରେନ୍ଦ୍ର କୋଣରୁ ହଟିଲା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୮।୫: ନରେନ୍ଦ୍ର କୋଣ ଅଞ୍ଚଳରୁ ଗତ ୧୭ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌(ଆବଦ୍ଧ ଅଞ୍ଚଳ) ଘୋଷଣା କରିଥିଲା। ବଡ଼ଦାଣ୍ଡ ମାର୍କେଟ ଛକରୁ ଅକ୍ଷୟପାତ୍ର ଲେନ୍‌ ଭାୟା ନରେନ୍ଦ୍ରକୋଣ ଲେନ୍‌, ନରେନ୍ଦ୍ରକୋଣ ଛକ, ବ୍ରହ୍ମଜାଗା ମହାବୀର ମନ୍ଦିର ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ବୁଧବାର ଏହି କଟକଣା ହଟାଇ ଦିଆଯାଇଛି। ନରେନ୍ଦ୍ରକୋଣ ଏବଂ ଏହା ସଂଲଗ୍ନ ଅଞ୍ଚଳରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମାକୁ ପ୍ରଶାସନ ପ୍ରତ୍ୟାହର କରିଛି। ସୂଚନାଥାଉ କି, ଏକ ଚୋରି ଘଟଣାରେ ନରେନ୍ଦ୍ରକୋଣ ଅଞ୍ଚଳର ଜଣେ ଯୁବକଙ୍କୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଥିଲା। ସମ୍ପୃକ୍ତ ଯୁବକ କରୋନା ପଜିଟିଭି ବୋଲି ଜଣାପଡ଼ିବା ପରେ ପ୍ରଶାସନ ନରେନ୍ଦ୍ରକୋଣ ଅଞ୍ଚଳକୁ ସାନିଟାଇଜ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।

Share