Categories: ବାଣିଜ୍ୟ

ନରେଶ ଗୋୟଲଙ୍କୁ ଆଇଟି ସମନ

ନୂଆଦିଲ୍ଲୀ,୧୬-୬: ଜେଟ୍‌ ଏୟାରଓ୍ବେଜ୍‌ର ପ୍ରମୋଟର ନରେଶ ଗୋୟଲଙ୍କ କଥିତ ଟିକସ ଫାଙ୍କି ମାମଲାରେ ଜେରା ପାଇଁ ଆୟକର(ଆଇଟି) ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। କମ୍ପାନୀ ବନ୍ଦ ହୋଇଯିବା ପରେ ଏଥିରେ ହୋଇଥିବା ଅନିୟମିତତା ନେଇ ଆୟକର ବିଭାଗ ପକ୍ଷରୁ ଗୋୟଲଙ୍କୁ ପ୍ରଥମଥର ସମନ ପଠାଯାଇଛି। ବିଭାଗର ଯାଞ୍ଚ ଶାଖା ଗତବର୍ଷ ଏୟାରଲାଇନର ମୁମ୍ବାଇସ୍ଥିତ ଅଫିସରେ ଖାନତଲାସ ବେଳେ ଅନେକ ଦସ୍ତାବିଜ ଜବତ କରିଥିଲା। ଫେବୃୟାରୀରେ ଏହାର ତର୍ଜମା ସମ୍ପୂର୍ଣ୍ଣ କରାଯିବା ପରେ ଆସେସ୍‌ମେଣ୍ଟ ଓ୍ବିଙ୍ଗ ନିକଟକୁ ରିପୋର୍ଟ ପଠାଯାଇଥିଲା। ଟିକସ ଫାଙ୍କି ଲାଗି ଜେଟ୍‌ ଏୟାରଓ୍ବେଜ୍‌ ଏବଂ ଦୁବାଇସ୍ଥିତ ଗ୍ରୁପ୍‌ କମ୍ପାନୀ ମଧ୍ୟରେ ହୋଇଥିବା ନେଣଦେଣ ହୋଇଥିଲା। ୬୫୦ କୋଟି ଟଙ୍କାର ଟିକସ ଫାଙ୍କି ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯାଞ୍ଚରୁ ଜଣାପଡିଥିଲା ଯେ, ଜେଟ୍‌ ଏହାର ଦୁବାଇସ୍ଥିତ ନିଜର ଜେନେରାଲ ସେଲ୍ସ ଏଜେଣ୍ଟଙ୍କୁ କମିଶନ ପଠାଉଥିଲା। ଯାହା କି ଗ୍ରୁପ୍‌ର ଏକ ୟୁନିଟ ରହିଛି। ଏହି କଥିତ ନେଣଦେଣ ନେଇ କମ୍ପାନୀଠାରୁ ସ୍ପଷ୍ଟିକରଣ ମଗାଯାଇଛି। ବ୍ୟବସାୟିକ ନେଣଦେଣଠାରୁ ଏହା ବହୁ ଅଧିକ ଥିଲା ବୋଲି ଯାଞ୍ଚରୁ ଜଣାପଡିଛି। ଗୋୟଲ ଏହି ସନ୍ଦେହଜନକ ନେଣଦେଣ ଓ ଦେୟ ନେଇ ସ୍ପଷ୍ଟୀକରଣ ଦେବାକୁ ସମନ ପଠାଯାଇଛି।

Share