Categories: ବାଣିଜ୍ୟ

ନରେଶ ଗୋୟଲଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨୪-୮: ବିଦେଶୀ ବିନିମୟ ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଜେଟ୍‌ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଫେମା ଆଇନ ଅଧୀନରେ ଗୋୟଲଙ୍କ ମୁମ୍ବାଇ ଓ ଦିଲ୍ଲୀସ୍ଥିତ ଘର ଓ ଅଫିସ ଆଦିରେ ଖାନ୍‌ତଲାସୀ କରାଯାଇଥିଲା। ଆଇନ ଉଲ୍ଲଂଘନ ନେଇ ଅଧିକ ପ୍ରମାଣ ଯୋଗାଡ କରିବା ଏହାର ଉଦ୍ଦେଶ୍ୟ ଥିଲା। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜରେ ନଗଦ ସଙ୍କଟ ଦେଖାଦେବା ପରେ ଗୋୟଲ କମ୍ପାନୀରୁ ବାହାରି ଯାଇଛନ୍ତି। ଜେଟ୍‌ରେ ନିବେଶ କରିଥିବା ଏୟାରଲାଇନ୍‌ କମ୍ପାନୀ ଏଟିହାଦ ଏୟାରଓ୍ବେଜ ସହ କମ୍ପାନୀର ନିବେଶ ସଂକ୍ରାନ୍ତରେ ଫେମା ଆଇନ ଉଲ୍ଲଂଘନ ହୋଇଥିବା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପ୍ରମାଣ ପାଇଛି।

Share