Categories: ଫୁରସତ

ନର୍କ ଗୁମ୍ଫା

ଭିଏତ୍‌ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍‌ ଫୁ ତଥା ହେଲ୍‌ କେଭ୍‌ ଭାବେ। ଏହା ମଧ୍ୟରେ ଅନେକ ଗୁମ୍ଫା ରହିଛି, ଯାହା ଭିତରେ ଅନେକ ଭୟଙ୍କର ରାକ୍ଷସ, ସଇତାନ, ମୃତ୍ୟୁର ବିଭିନ୍ନ ଦୃଶ୍ୟ, ବିଭିନ୍ନ ଭୟଙ୍କର ଦଣ୍ଡର ପ୍ରତିମାର ମୂର୍ତ୍ତି ରହିଛି। ତେଣୁ ଏହାକୁ ନର୍କ ଗୁମ୍ଫା ବୋଲି କୁହାଯାଏ। ଏହି ନର୍କ ଗୁମ୍ଫାକୁ ପହଞ୍ଚତ୍ବାକୁ ହେଲେ ଅନେକ ଗୁମ୍ଫା ଅତିକ୍ରମ କରି ଯିବାକୁ ହୁଏ। ଊନବିଂଶ ଶତାବ୍ଦୀରେ କିଙ୍ଗ ମିନ ମାଙ୍ଗ ଏହାକୁ ଆବିଷ୍କାର କରିବା ସହ ଏହାର ନାମକରଣ ବି କରିଥିଲେ। ଉକ୍ତ ପର୍ବତର ଉପରଭାଗକୁ ସ୍ବର୍ଗ ବୋଲି ବି କୁହାଯାଏ। ସେଠାକୁ ପହଞ୍ଚତ୍ବା ପାଇଁ ସୁନ୍ଦର ପାହାଚ କରାଯାଇଛି। ତା’ସହ ଗୁମ୍ଫାର କାନ୍ଥରେ ଅନେକ ସୁନ୍ଦର ଚିତ୍ର ଖୋଦେଇ ହୋଇଛି। ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତି ଓ କାନ୍ଥରେ ତାଙ୍କର ଖୋଦେଇ ଚିତ୍ର ଏହା ମଧ୍ୟରେ ଦେଖିବାକୁ ମିଳେ।

Share