ନର୍ସଙ୍କ ଅସାବଧାନତା: ଇଞ୍ଜେକ୍‌ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା

ମାଧପୁର, ୧୭ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ ୪ ବର୍ଷର ପୁଅର ପିଚାରୁ ଇଞ୍ଜେକ୍‌ସନ ଦେବାର ଏକ ମାସ ପରେ ଛୁଞ୍ଚି ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛିା

ସୂଚନାନୁଯାୟୀ, ସୀତାକାନ୍ତଙ୍କ ପୁଅ ସ୍ବମଜିତ ପଣ୍ଡାକୁ ପ୍ରାୟ ଏକ ମାସ ପୂର୍ବରୁ କାଶ ଜ୍ୱର ହେଉଥିବାରୁ ସ୍ଥାନୀୟ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲୋ ସେଠାରେ ତାଙ୍କୁ ମେଡିକାଲର ନର୍ସ ପୁନମ ହାଁସଦା ଗୋଟିଏ ଇଞ୍ଜେକଶନ ଦେଇଥିଲେ । କିନ୍ତୁ କୌଣସି କାରଣବଶତଃ ଇଞ୍ଜେକସନ୍‌ର ଛୁଞ୍ଚିଟି ପିଚାରେ ରହିଯାଇଥିଲା। ପରେ ଶିଶୁଟିକୁ ଯନ୍ତ୍ରଣା ହୋଇଥିଲାା ଏହାପରେ ସୀତାକାନ୍ତ ପୁଅକୁ ପୁଣି ଡାକ୍ତରଖାନାକୁ ଆଣି ଡାକ୍ତର ରାହୁଲ ଗର୍ଗଙ୍କୁ ଦେଖାଇ ଥିଲୋ ଡାକ୍ତର ଗର୍ଗ ଆଣ୍ଟିବାୟୋଟିକ ଇଞ୍ଜେକ୍‌ଶନ ଦିଆଯାଇଥିବାରୁ ଏପରି ପୀଡା ହେଉଛି ଏହା ଆପେ ଛାଡ଼ିଯିବ ବୋଲି କହିଥିଲେ। କିନ୍ତୁ କିଛିଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ନ କମିବାରୁ ପୁଣି ପୁଅକୁ ଡାକ୍ତରଖାନାକୁ ଆଣିଥିଲୋ ସେଠାରେ ବରଫ ମାରିଦିଅନ୍ତୁ ପୀଡା ଛାଡ଼ିଯିବ ବୋଲି କହି ଡାକ୍ତରଖାନାର କର୍ମଚାରୀମାନେ ଫେରାଇ ଦେଇଥିଲେ। ହେଲେ ଗୁରୁବାର ସକାଳେ ଶିଶୁର ପିଚାର ତଳ ପାଖରୁ ଛୁଞ୍ଚିଟି ବାହାରି ପଡ଼ିଥିବା ପରିବାରଲୋକେ ଦେଖିଥିଲୋ ତେଣୁ ତାକୁ ସେମାନେ ଡାକ୍ତରଖାନା ଆଣିଥିଲେ। ସେଠାରେ ସାମାନ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛୁଞ୍ଚିଟିକୁ ବାହାର କରାଯାଇ ଦାଇତ୍ୱ ରେ ଥିବା ଡାକ୍ତର ଅତନୁ ପଟ୍ଟନାୟକ ତାଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲୋ ହେଲେ ପରିବାରଲୋକେ ଆଠମଲ୍ଲିକରେ ରଖି ଚିକତ୍ସା କରୁଛନ୍ତି।

ପ୍ରକାଶଯୋଗ୍ୟ, ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କୁ ମିଶାଇ ତିନି ଜଣ ଡାକ୍ତର ଅଛନ୍ତିା କିନ୍ତୁ ସେଥିରୁ ଦୁଇଜଣ ଡାକ୍ତର ଦୀର୍ଘ ଦିନ ହେବ ଛୁଟିରେ ଅଛନ୍ତି। ପୁଣି ଆଜି ଫାର୍ମାସିଷ୍ଟ ମଧ୍ୟ ଛୁଟିରେ ଥିବାରୁ ଏବେ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମାଧପୁର ଚିକିତ୍ସା କରୁଛନ୍ତିା ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛିା

Share