ଚେନ୍ନାଇ,୧୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି କରିବାକୁ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି। ପୂର୍ବରୁ ୨୨ ଅଗଷ୍ଟରେ ମାଡ୍ରାସ ହାଇକୋର୍ଟ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୭ ଦୋଷୀଙ୍କ ମଧ୍ୟରୁ ନଳିନୀଙ୍କ ପାରୋଲ ଅବଧିକୁ ୩ ସପ୍ତାହ ବୃଦ୍ଧି କରିଥିଲେ। ସେତେବେଳେ ନଳିନୀ ଗୋଟିଏ ମାସ ପାଇଁ ପାରୋଲା ଆବେଦନ କରିଥିଲେ। କାରଣ ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅର ବିବାହ ପ୍ରସ୍ତୁତି କରିପାରିବେ ବୋଲି ଦର୍ଶାଇଥିଲେ। ଏଥର ପୁଣି ଥରେ ଏହି ଅବଧିକୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ ଆବେଦନ କରିଥିଲେ।