ନାଇଜେରିଆରୁ ମୁକୁଳିଲେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ୫ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁଦୀପ ଚୌଧୁରୀ ନାମକ ଜଣେ ଓଡ଼ିଆ ନାବିକ ଅଛନ୍ତି। ସେମାନେ ସୁରକ୍ଷିତଭାବେ ମୁକ୍ତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ନାବିକ ସୁଦୀପଙ୍କ ବାପା ପ୍ରଦୀପ୍ତ କୁମାର ଚୌଧୁରୀ ପ୍ରଥମେ ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସୁଦୀପଙ୍କ ସମେତ ହରିୟାଣାର ଅଙ୍କିତ ହୁଡା, ମହାରାଷ୍ଟ୍ରର ଚିରାଗ ଯାଦବ, ଆନ୍ଧ୍ରପ୍ରଦେଶର ଅବିନାଶ ରେଡ୍ଡୀ ଏବଂ ମୁଗୁ ରବି ମଧ୍ୟ ପଣବନ୍ଦୀ ହୋଇଥିଲେ। ଏମାନଙ୍କ ବିଷୟରେ ଧର୍ମେନ୍ଦ୍ର ଜୟଶଙ୍କରଙ୍କ ଦୃଷ୍ଟିଆକର୍ଷଣ କରି ସେମାନଙ୍କ ମୁକ୍ତି ପାଇଁ ସହଯୋଗ ଲୋଡିଥିଲେ।

Share